ଲକଡାଉନ ପରେ ହେବ ବାକିଥିବା +୨ ପରୀକ୍ଷା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ପରେ ହେବ ବାକିଥିବା +୨ ପରୀକ୍ଷା । ପରୀକ୍ଷା କରିବାକୁ ପୁରା ପୁରି ପ୍ରସ୍ଥୁତ ଅଛି ଗଣଶିକ୍ଷା ବିଭାଗ । ଖାଲି ସରକାରଙ୍କ ନିର୍ଦ୍ଦେଶକକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଲକଡାଉନ କାରଣରୁ +୨ ପରୀକ୍ଷା ଅଧାରୁ ସ୍ଥଗିତ ରହିଥିଲା । ତେବେ ଲକଡାଉନ ହଟିବା ପରେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ଆରମ୍ଭ ହେବ ବାକି ଥିବା ବିଷୟ ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ଲକଡାଉନ ସରିବା ପରେ ସିବିଏସଇ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବା ବେଳେ ରାଜ୍ୟ ସରକାର ମଧ୍ୟ +୨ ପରୀକ୍ଷା ପାଇଁ ପ୍ରସ୍ଥୁତ ରହିଛନ୍ତି । ରାଜ୍ୟରେ କିଛି ପରୀକ୍ଷା କେନ୍ଦ୍ର କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ଏହାକୁ ଭିତି କରି ପରୀକ୍ଷା କେନ୍ଦ ଚୟନ କରାଯିବ । ଏହା ସହ ସାମଜିକ ଦୂରତା ଅବଲମ୍ବନ କରି ପରୀକ୍ଷା କରାଯିବା ନେଇ କୁହାଯାଇଛି ।