ଲକଡାଉନ ଉଲଙ୍ଘନ,୧୩୮୯ଟିଗାଡି ସମେତ ୩୫୮ ଜଣ ବିନା ମାସ୍କରେ ଫାଇନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ପାଇଁ ସାରା ରାଜ୍ୟରେ ଲକଡାଉନ କରାଯାଇଛି । ଅତ୍ୟାବଶ୍ୟକ ନ ପଡିଲେ ଘରୁ ବାହାରକୁ ନ ବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ହେଲେ କିଛି ଅମାନିଆ ବିନା କାରଣରେ ଘରୁ ବାହାରି ବୁଲୁଥିବା ବେଳେ ପୋଲିସ ହାବୁଡରେ ପଡିଛନ୍ତି । କଟକ-ଭୁବନେଶ୍ୱରରୁ କମିଶନରେଟ ପୋଲିସ ଲକଡାଉନ ନିୟମ ଉଲଙ୍ଘନକାରୀଙ୍କ ନିକଟରୁ ୧୩୮୯ଟି ବାଇକ ଓ ବିନା ମାସ୍କରେ ବୁଲୁଥିବା ଘଟଣାରେ ୩୫୮ଜଣ ଉଲଙ୍ଘନକାରୀଙ୍କଠାରୁ ଜୋରିମାନା ଆଦାୟ କରିଛି ।