ରେଲଓ୍ବେ ବୋର୍ଡର ଅଧ୍ୟକ୍ଷରୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ହେଲେ ଅଶ୍ୱନୀ ଲୋହାନୀ

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ୧୯୮୨ରେ ଆସିଷ୍ଟାଣ୍ଟ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ କ୍ୟାରିୟର ଆରମ୍ଭ କରିଥିବା ଅଶ୍ୱନୀ ଲୋହାନୀ ରେଲଓ୍ବେ ବୋର୍ଡର ଅଧ୍ୟକ୍ଷରୁ ଅବସର ନେବା ପରେ ଏବେ ଏୟାର ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମ୍ଡି) ଭାବେ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ସରକାର ବୁଧବାର ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି କରିଛନ୍ତି। ଏୟାର ଇଣ୍ଡିଆ ମୁଖ୍ୟ ଭାବେ ସେ ଦ୍ୱିତୀୟ ଥର ଦାୟିତ୍ୱ ନେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଲୋହାନୀଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ତାଙ୍କୁ ୨୦୧୭ ଅଗଷ୍ଟରେ ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ଏବଂ ସେ ଗତବର୍ଷ ଡିସେମ୍ବରରେ ଅବସରଗ୍ରହଣ କରିଥିଲେ। ଏହାଛଡ଼ା ସେ ଆଇଟିଡିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀରେ ଅବସ୍ଥିତ ରେଳ ସଂଗ୍ରହାଳୟର ନିର୍ଦ୍ଦେଶକ ରହିଥିଲେ।