(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ବିରୋଧୀ ଦଳ ଗୃହ ମଧ୍ୟ ଭାଗରେ ହୋହାଲା କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି । ଏହି ପ୍ରସଙ୍ଗରେ ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ ପ୍ରତିକ୍ରିୟାରେ କହିଛନ୍ତି ୪.୫ କୋଟି ଲୋକ ଆମ କାର୍ୟ୍ୟକ୍ରମ ଦେଖିବାକୁ ଅପେକ୍ଷା କରିଛନ୍ତି। ରାଜ୍ୟ ସରକାର ସବୁ ଉତ୍ତର ଦେବାକୁ ବଧପରିକର। ସବୁ ଦଳ ବିଧାୟକଙ୍କୁ ଅନୁରୋଧ, ମହତ ବିଧାନସଭାକୁ ଠିକ ଭାବେ କାର୍ୟ୍ୟକାରୀ କରିବାକୁ ଦିଆଯାଉ। ଏହା ଉପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସଲୁଜାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ତୁରନ୍ତ ବାଚସ୍ପତି ରୁଲିଂ ଫେରେଇ ନିଅନ୍ତୁ । ଏଭଳି ରୁଲିଂ ଆଦୌ ଗ୍ରହଣୀୟ ନୁହେଁ । ବିଧାୟକ ଯଦି ୱେଲ ଭିତରକୁ ଯିବେ ନାହିଁ ତେବେ କେମିତି ପ୍ରତିବାଦ କରିବେ । ଏହାକୁ ବିଜେପି ମଧ୍ୟ ଦୃଢ ନିନ୍ଦା କରିଛି । ବିଧାୟକମାନଙ୍କ ନ୍ୟାର୍ଯ୍ୟ ଧାର୍ଯ୍ୟ ଦବାଇବାକୁ ଯେଉଁ ରିଂଲୁ ମାଧ୍ୟମରେ ପ୍ରୟାସ କରିଛନ୍ତି । ସେ ରୁଂଲି ପ୍ରତ୍ୟାହାର କରିବାକୁ ବିଜେପି ନେତା ପ୍ରଦୀପ ନାଏକ ଦାବି କରିଛନ୍ତି ।