(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟ ଭିତରେ ଗଡିବ ୫ ଟି ଟ୍ରେନ୍ । ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ନେଇ ପୂର୍ବତଟ ରେଲୱେର ପକ୍ଷରୁ ଘୋଷଣା କରାଯାଇଛି । ଗଡ଼ିବାକୁ ଥିବା ଟ୍ରେନ୍ ଗୁଡ଼ିକ ହେଲା- ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ସ୍ପେଶାଲ ଟ୍ରେନ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ପେଶାଲ ଟ୍ରେନ, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ, ସମ୍ବଲପୁର-ଖୋର୍ଦ୍ଧା ରୋଡ-ସମ୍ବଲପୁର ସ୍ପେଶାଲ ଟ୍ରେନ ଓ ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ। ଏହି ଟ୍ରେନ ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଶନିବାର ଓ ରହିବାର ଟ୍ରେନ ଚଳାଚଳ ବନ୍ଦ ରହିବ। ଜୁନ୍ ୮ରୁ ୩୦ ଯାଏ ଚଳାଚଳ କରିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।