ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):  ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଅଗ୍ନିଶମ ଡିଜି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଅମ୍ପନ୍‌ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଏହି ଅଗ୍ନିଶମ କର୍ମଚାରୀ ଫେରିଥିଲେ । ସେମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ରାଜ୍ୟ ସରକାର ସୁନିଶ୍ଚିତ କରିଛନ୍ତି।କରୋନାରେ ଆକ୍ରାନ୍ତ ହୋଇଥିବା ଏହି ଅଗ୍ନିଶମ କର୍ମଚାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଅଗ୍ନିଶମ ଡିଜି।