ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୯ କୋରୋନା ଆକ୍ରାନ୍ତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):  ଆଜି ପୁଣି ଆଉ ୧୧୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୁସ୍ଥଙ୍କ ମଧ୍ୟରୁ ଯାଜପୁରରୁ ୬୦, କଟକରୁ ୧୩, କେନ୍ଦ୍ରାପଡାରୁ ୧୨, ଗଜପତିରୁ ୯, ନୟାଗଡରୁ ୬, ସୁନ୍ଦରଗଡରୁ ୫, ବାଲେଶ୍ୱର, ପୁରୀ ଓ କେନ୍ଦ୍ରାପଡାରୁ ୩ ଲେଖାଏଁ, ଗଞ୍ଜାମ ଓ ବଲାଙ୍ଗିରରୁ ୨ ଲେଖାଏଁ ଏବଂ ସମ୍ବଲପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨୪୫ ଛୁଇଁଛି ।