(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ପାର୍କ ଖୋଲିବା ସମୟ ବଦଳିଛି । ସକାଳ ୫ଟାରୁ ଦିନ ୧୦ଟା ଯାଏ ପାର୍କ ଖୋଲା ରହିବ। ସେହିପରି ସନ୍ଧ୍ୟା ୪ଟାରୁ ୬ଟା ଯାଏ ସବୁଦିନ ପାର୍କ ଖୋଲା ରଖିବାକୁ ଭୁବନେଶ୍ଵର ମ୍ୟୁନିସିପାଲିଟି ନିଷ୍ପତ୍ତି ନେଇଛି । ଏହି ସମୟ ଭିତରେ ବରିଷ୍ଠ ନାଗରିକ ତଥା ୬୦ ବର୍ଷରୁ ବୟସର ବ୍ୟକ୍ତିମାନଙ୍କ ପାଇଁ ସ୍ଵତନ୍ତ୍ର ସମୟସୀମା ନିର୍ଦ୍ଧାରଣ କରାଯାଇଚି । ସକାଳ ୫ଟାରୁ ୭ଟା ଯାଏ ସେମାେ ପାର୍କରେ ପ୍ରବେଶ କରିପାରିବେ । କେବଳ ଦୁଇ ଦିନିଆ ଶନିବାର ଓ ରବିବାର ସଟଡାଉନ ସମୟରେ ପାର୍କ ବନ୍ଦ ରହିବ । କିନ୍ତୁ ଅନ୍ୟଦିନ ମାନଙ୍କରେ ପାର୍କ ଖୋଲିବାକୁ ଅନୁମତି ମିଳିଛି ।