ରଶି ଲଗାଇ ଯୁବକର ଆତ୍ମହତ୍ୟା

(ନିର୍ମଳେନ୍ଦୁ ମିଶ୍ର /ନରସିଂହପୁର): କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କାନପୁର ଗ୍ରାମରେ ଘଟିଯାଇଛି ଏକ ଅଘଟଣ।କାନପୁର ଗ୍ରାମର ମହାଦେବ ସାହିଠାରେ ଥିବା ଶିବ ମନ୍ଦିର ପାଖରେ ଏକ କଦମ୍ବ ଗଛରେ ବେକରେ ରସି ଲଗାଇ ଯୁବକର ଆତ୍ମହତ୍ୟା।ଯୁବକ ଜଣଙ୍କ କାନପୁର ପାନେରା ସାହିର ପ୍ରଭଞ୍ଜନ ବସନ୍ତରା ।ସକାଳୁ ଲୋକମାନେ ପ୍ରଭଞ୍ଜନକୁ କଦମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖି କାନପୁର ପୋଲିସକୁ ଖବର ଦେଇଥିଲେ।କାନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତ୍ୟୁର କାରଣ ସ୍ପଷ୍ଟ ଭାବରେ କିଛି ଜଣା ପଡିନଥିବା ବେଳେ ପ୍ରେମ ଜନିତ କାରଣରୁ ପ୍ରଭଞ୍ଜନ ଏପରି ଆତ୍ମହତ୍ୟା କରିଛନ୍ତି ବୋଲି ମୃତ ପ୍ରଭଞ୍ଜନଙ୍କ ମା ପ୍ରଭାତୀ ବାରିକ ଅଭିଯୋଗ କରୁଛନ୍ତି।