ଯୁଯୁମୁରାରେ ଟ୍ରକ କାର ମୁହାଁ ମୁହିଁ ଧକ୍କା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅର୍ନ୍ତଗତ ଡଙ୍ଗାଜୋର ନିକଟରେ ମଙ୍ଗଳବାର ଦିନ ପ୍ରାୟ ୧୨ଟା ସମୟରେ ଏକ ମର୍ମଦୁତ ସଡକ ଦୁର୍ଘଟଣା ହୋଇଛି । କାର ଓ ମିନି ଟ୍ରକ ଟି ଧକ୍କା ହେବା ଫଳରେ ଏଥିରେ ପ୍ରାୟ ୨ଜଣ ମୃତ୍ୟୁ ବରଣ କରିଛନ୍ତି ଏବଂ ଅନ୍ୟ ଜଣେ ଗୁରୁତ୍ୱର ଆହତ ହୋଇଛନ୍ତି । ଯୁଯୁମୁରା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ମିଶି କାରରେ ଚାପି ହୋଇଥିବା ଜଣେ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।

 

କାରଟି ସମ୍ବଲପୁରରୁ ଅନୁଗୁଳ ଦିଗରେ ଯାଉଥିବା ବେଳେ ମିନି ଟ୍ରକଟି ବିପରୀତ ଦିଗରୁ ଆସୁଥିବା ବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଧକ୍କା ପରେ ଗାଡି ୨ଟି ରାସ୍ତା ତଳକୁ ପଡିଯାଇଥିଲା, ଏବଂ କାରଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି । ୨ଚାଳକ ବର୍ତ୍ତୀ ଯାଇଥିବା ବେଳେ କାରରେ ଥିବା ୨ଜଣ ଯାତ୍ରୀ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ଜଣେ ଗୁରୁତ୍ୱରଙ୍କୁ ଯୁଯୁମରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତୀ କରାଯାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ରଖି ଅଧିକା ତଦନ୍ତ କରୁଥିବା ବେଳେ,ମୃତକଙ୍କ ପରିଚୟ ମିଳିପାରି ନାହିଁ । ତେବେ ସେମାନେ କୋଣସି ବିବାହ କାର୍ଯ୍ୟରେ ଯୋଗେଦବାକୁ ଯାଉଥିବା ଶୁଣିବାକୁ ମିଳିଛି ।