(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ମଦ ବ୍ୟବସାୟୀ ମାଲ୍ୟାଙ୍କ ବକେୟା ଋଣ ପରିଶୋଧ କରିବା ଲାଗି ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) ବାଟ ବାହାର କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ୱରେ ଗଠିତ କନସୋର୍ଟିୟମ ମାଧ୍ୟମରେ ଇଡି ମାଲ୍ୟାଙ୍କ ମଦ କମ୍ପାନୀ ୟୁନାଇଟେଡ ବ୍ରିଓରିଜର ପାର୍ଟନର ହେନେକେନ ଏନ୍ଭିକୁ ବକେୟା ଅସୁଲ ନେଇ ଜଣାଇ ଦେଇଛି। ୟୁନାଇଟେଡ ବ୍ରିଓରିଜ(ୟୁବି)ର ୮ ପ୍ରମୋଟରଙ୍କ ନିକଟରେ ଥିବା ୪୧.୩ ମିଲିୟନ ଶେୟାରକୁ ଇଡି ଜବତ କରିଛି। ଯାହାକି ମୋଟ ଶେୟାରର ୧୫.୬%। ଏହି କମ୍ପାନୀରେ ହେନେକେନର ୪୪% ଅଂଶଧନ ରହିଛି। ପୂର୍ବରୁ ଯାହାର ମାଲିକ ଥିଲେ ମାଲ୍ୟା। ୟୁନାଇଟେଡ ବ୍ରିଓରିଜରେ ମାଲ୍ୟାଙ୍କ ମାତ୍ର ୮% ଅଂଶଧନ ରହିଛି। ୟୁବି ପ୍ରମୋଟର ୨୩% ଶେୟାର ଧାରକ ରହିଛନ୍ତି, ଯାହାକି ବନ୍ଧା ପଡ଼ିଛି। ଏନ୍ସିଏଲ୍ଟି ଅଦାଲତଙ୍କ ଅନୁମୋଦନ ପରେ ବନ୍ଧା ପଡ଼ିଥିବା ଅଥବା ପଡି ନଥିବା ଅନ୍ୟ ସମସ୍ତ ଶେୟାରକୁ ଏହା ବ୍ୟାଙ୍କଗୁଡ଼ିକୁ ବିକ୍ରି ପାଇ ଦେଇଦେବ ବୋଲି ଇଡି ପକ୍ଷରୁ କୁହାଯାଇଛି।