ମାଲକାନଗିରି ଜିଲ୍ଲାହେଲା କରୋନା ସଂକ୍ରମଣ ମୁକ୍ତ

(ମାଲକାନଗିରି/ ସୂର୍ୟ୍ୟକାନ୍ତ ବେହେରା) : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଆଜି କରୋନା ସଂକ୍ରମଣ ମୁକ୍ତ ହୋଇଛି । ଜିଲ୍ଲାବାସୀଙ୍କ ପାଇଁ ପୁଣି ଆସିଛି ଶୁଭଖବର । ୨୧ଜଣ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ ୨୧ ଜଣ ଯାକ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରି ଯାଇଛନ୍ତି । ପୁବ ର୍ରୁ ୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ପୁଣି ୨ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରି ଯାଇଥିବାର ଜଣାପଡିଛି । ଇତି ମଧ୍ୟରେ ଜିଲ୍ଲାରୁ ୩୪୩୦ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର କୁ ପଠାଯାଇଥିଲା , ସେଥିମଧ୍ୟରୁ ୩୨୫୮ଟି ନମୁନା ନେଗେଟିଭ ଥିବାବେଳେ ୨୧ଟି ନମୁନା ପଜିଟିଭ ଥିଲା ,୨୧ଟି ପଜିଟିଭ ମଧ୍ୟରୁ ଆଜି ସୁଦ୍ଧା ୨୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ନିଜ ଘରକୁ ଫେରି ଯାଇଛନ୍ତି ଜିଲ୍ଲାରକାଲିମେଳା,ମାଲକାନଗିରି,ଖଇରପୁଟ ତିନୋଟି ବ୍ଲକର ୬ଟି ପଚାଂୟତ ରେ ଗତ ୧୧ଦିନ ମଧ୍ୟରେ ୨୧ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ ।୨୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ପୁରୁଷ,୬ଜଣ ମହିଳା ଓ ଜଣେ ଶିଶୁ ଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମେ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱର କୋଭିଡ ହସପାଟିଲାକୁ ଚିକିତ୍ସା ନିମନ୍ତେ ପଠାଯାଇଥିବା ବେଳେ ଅନ୍ୟ୧୮ଜଣଙ୍କୁ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାରେ ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱର ହସପିଟାଲରେ ଚିକିତ୍ସିତ ହେଉଥିବା ୩ଜଣ ଆକ୍ର୍ାନ୍ତ ଗତ ୮ଦିନତଳେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ମାଲକାନଗିରି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ୧୬ଜଣ ଗତ ୨ତାରିଖ ଦିନ ସୁସ୍ଥ ହୋଇନିଜ ଘରକୁ ଫେରିଥିଲେ । ଆଜି ଆଉ ଦୁଇଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ନିଜଘରକୁ ଫେରି ଯାଇଥିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି । ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ କରୋନା ଯୋଦ୍ଧା ଡାକ୍ତର,ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନେ ରାତିଦିନ ପରିଶ୍ରମ କରି କରୋନା ଆକ୍ରାନ୍ତ ମାନଙ୍କୁ ଚିକିତ୍ସିତ କରି ସୁସ୍ଥ କରିଦେଇଥିବାରୁ ଆକ୍ରାନ୍ତଙ୍କ ପରିବାର ଓ ଜିଲ୍ଲାବାସୀ ଏହି କରୋନା ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ସମସ୍ତେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ ଓ ସବ ର୍ସାଧରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆ ଯାଇଛି ।