(ଅରୁଣ ସାହୁ): ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ସହାୟିକା ଭାବେ କାର୍ଯ୍ୟରତ ମହିଳାଙ୍କୁ ଗଣଦୁଷ୍କର୍ମ ଓ ପରେ କୋରାପୁଟ ହସ୍ପିଟାଲରୁ ରାୟଗଡା ନିଆଯିବା ବେଳେ ମୃତ୍ୟୁ ଘଟଣାରେ ଜିଲ୍ଲା ଏସପିଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କୁହାଯାଇଛି । ମହିଳାଙ୍କ ଚିକିତ୍ସା କୋରାପୁଟରେ କରାଯାଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାକୁ ଲାଗିଥିଲା । କିନ୍ତୁ ଏସପି କହିଥିଲେ ମହିଳାଙ୍କୁ ରାୟଗଡା ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ । ଏସପିଙ୍କ ନିର୍ଦ୍ଦେଶମତେ ମହିଳାଙ୍କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବା ବେଳେ ଏସପି କାହିଁକି ତାଙ୍କୁ ସ୍ଥାନାନ୍ତର କଲେ । ଏଥିସହ ପୁଲିସ କ୍ୟାଣ୍ଟିନର ଫୁଟେଜ ପୁଲିସ ନିକଟରେ ଥାଇ ମଧ୍ୟ କାହିଁକି ଦୋଷୀମାନଙ୍କୁ ଗିରଫ କରାଯାଉ ନାହିଁ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଉପସଭାପତି ପ୍ରଭାତି ପରିଡା ପ୍ରଶ୍ନ କରିଛନ୍ତି ।