ମହିନ୍ଦ୍ରା ଲମିଟେଡ ପକ୍ଷରୁ ଏକ୍ସୟୁଭି ୩୦୦ ଉନ୍ମୋଚିତ

(ରିପୋର୍ଟରସ ଟୁଡେ/ମୁମ୍ବାଇ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲମିଟେଡ ପକ୍ଷରୁ ଆଜି ଏକ୍ସୟୁଭି ୩୦୦ ଉନ୍ମୋଚିତ କରାଯାଇଛି । ଏହି ଗାଡି ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଉପଲବ୍ଧ ହେବ । ପେଟ୍ରୋଲ ଭାରିଆଣ୍ଟ ଡବ୍ଲ୍ୟୁ୪ର ଏକ୍ସ ସୋରୁମ ମୂଲ୍ୟ ୭ ଲକ୍ଷ ୯୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଡିଜେଲ ଡବ୍ଲ୍ୟୁ୪ର ଏକ୍ସ ସୋରୁମ ମୂଲ୍ୟ ୮ ଲକ୍ଷ ୪୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି । ଲୁକ୍, ଡିଜାଇନ୍ ଏବଂ ପଫର୍ମାନ୍ସ କ୍ଷେତ୍ରରେ ଏହି ଗାଡ଼ି ଉନ୍ନତମାନର ରହିଛି। ନୂଆ ଗାଡ଼ିର ଉନ୍ମୋଚନ ଅବସରରେ ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କୁହନ୍ତି, ଆଜି ନୂଆ ଏକ୍ସୟୁଭି ୩୦୦ ଉନ୍ମୋଚନ କରି ଆକାଂକ୍ଷା ସ୍ତରକୁ ଆହୁରି ଉପରକୁ ନିଆଯାଇଛି। କୋରିଆର ସାଙ୍ଗୟଙ୍ଗର ବୈଷୟିକ ସହଯୋଗିତାରେ ନିର୍ମାଣ ହୋଇଥିବା ଏହି ଗାଡ଼ି ସମସ୍ତଙ୍କୁ, ବିଶେଷକରି ଯୁବପିଢ଼ିଙ୍କୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି। ନୂଆ ଗାଡ଼ି ଉନ୍ମୋଚନ ଅବସରରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଡ. ପୱନ ଗୋଏଙ୍କା, ଅଟୋମୋଟିଭ ସେକ୍ଟରର ସଭାପତି ରଜନ ୱାଧେରା ପ୍ରମୁଖ ଉପସ୍ଥିତ ଥିଲେ।