ପୁରୀ : (ଜୟନ୍ତ କୁମାର ସେଠୀ) ଗୋପ ବ୍ଲକ ବଣିଆ ସାହି ବକ୍ରେଶ୍ବରରେ ମହାଦେବ ମନ୍ଦିର ରେ କ୍ଷୀର ସାଗର ମେଳା ଅନୁଷ୍ଠିତ ହୋଇ ଯାଇଛି । ପ୍ରାୟ ୨୦ ହଜାର ଲିଟର କ୍ଷୀର ଠାକୁର ଙ୍କୁ ଲାଗି ହେବା ପରେ ଏହି କ୍ଷୀର ରେ ଭକ୍ତ ଙ୍କର ଲାଗି କ୍ଷୀରି ପ୍ରସ୍ତୁତ କରି ଭୋଗ ଲାଗି କରାଯାଇଥିଲା । ବର୍ଷ ବର୍ଷ ଧରି ହଜାର ହଜାର ଭକ୍ତ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା ଲାଭ କରିଛନ୍ତି । ନାମ ସଂକୀର୍ତ୍ତନ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଯାଦବ ମାନଙ୍କ ଦ୍ଵାରା, ବାଡ଼ି ଓ ଲଉଡ଼ି ଖେଳ ପରିବେଷଣ କରାଯାଇଥିଲା । ମାନସିକ ଧାରୀ ମାନେ ମନସ୍କାମନା ପୂରଣ ହେବା ପରେ ଠାକୁର ଙ୍କ ପାଖରେ କ୍ଷୀର ଭୋଗ କରିଥାନ୍ତି । ହଜାର ହଜାର ଭକ୍ତ ଠାକୁରଙ୍କ ପାଖରେ ଲାଗି ହୋଇଥିବା କ୍ଷୀରି କୁ ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଥାଏ ମନ୍ଦିର ପ୍ରଶାସନ ପକ୍ଷରୁ । ସେପଟେ ଏହି ପରମ୍ପରା ବହୁ ପୁରାତନ କାଳରୁ ରହି ଆସିଥିବା ବେଳେ ଜନୈକ ଭକ୍ତ ଙ୍କ ଠାକୁରଙ୍କ ପ୍ରତି ସନ୍ଦେହ ସୃଷ୍ଟି ହେବା ପରେ ଠାକୁରଙ୍କ ଠାରେ ଲାଗି ହୋଇଥିବା କ୍ଷୀର ଶୁଖି ଯାଇଥିଲା । ଉକ୍ତ ଦିନ ଠାରୁ ଏହି ଠାରେ ଆଜିର ଦିନରେ ଠାକୁରଙ୍କ ପାଖରେ ଭିଡ଼ ପରିଲକ୍ଷିତ ହେଉଛି ଏହି ଠାରେ । ଅନ୍ୟପଟେ ଠାକୁରଙ୍କ ମହାମହିମ ରହିଛି ବୋଲି ଭକ୍ତ କହୁଥିଲା ବେଳେ ଯାହା ମାନସିକ କରିଥାନ୍ତି ତାହା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହି ଆସିଛି ।