ଭୁବନେଶ୍ୱର: ଭିଏସସନଗର ମା ଗୋଜବାୟାଣି କ୍ରିକେଟ୍ କ୍ଲବ ତରଫରୁ ମଙ୍ଗଳ ମେମୋରିଆଲ କ୍ରିକେଟ ମ୍ୟାଚ୍ ଉଦଯାପନ ଉତ୍ସବରେ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଓ ଓଡିଶା ମୋ ପରିବାରର ଆବାହକ ଶ୍ରୀ ଅରୁପ କୁମାର ପଟ୍ଟନାୟକ , ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ କୁନ ବିହାରୀ ଦାସ, ଓଡ଼ିଶା ମୋ ପରିବାର ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଜୟୀ ଟିମ୍ ସତ୍ୟବିହର କ୍ଲବ୍ କୁ ୱିନରସ କପ୍ ଓ ୧୦୦୦୦ ଟଙ୍କା ଓ ରନର୍ସ ଟିମ୍ ଗୋଜବାୟାଣି କ୍ରିକେଟ କ୍ଲବ୍ କୁ ରାନର୍ସ କପ୍ ଓ ୫୦୦୦ ଟଂକା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ସଂଯୋଜକ ରାଜୀବ ନୟନ, ଯୁବ ବିଜେଡ଼ି ବିଜେଡି ସାଧାରଣ ସଂପାଦକ ଶ୍ରୀ ବାଣୀ କଲ୍ୟାଣ ମହାନ୍ତି , ମହିଳା ବିଜେଡି ନେତ୍ରୀ ସୁଚିତ୍ରା ବେହେରା, ମନୋରମା ପାତ୍ର , ପୁଷ୍ପଲତା ରାଉଳ , ଯୁବ ବିଜେଡି ନେତା ଅକ୍ଷୟ ସ୍ବାଇଁ, ଦୀନବନ୍ଧୁ ପତି, ବି ଏମ୍ ସି ଅଫିସର ଶ୍ରୀ ଶ୍ରୀକାନ୍ତ ମହାନ୍ତି, ସଭାପତି କାର୍ତିକେଶ୍ୱର୍ ମହାପାତ୍ର,ରଞ୍ଜନ ଘଡେଇ,ଶିବାନନ୍ଦ ତାଡ଼,ସୌମ୍ୟ ରଂଜନ ପ୍ରଧାନ, ଦୀପକ ନାୟକ , ଓ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପ୍ରଥମେ ବ୍ୟାଟିଂ କରି ମା ଗୋଜବାୟାଣି ଟିମ୍ ୮ୱିକେଟ୍ ବିନିମୟରେ ୬ଓଭରରେ ୧୦୮ରନ କରିଥିଲେ ଓ ସତ୍ୟବିହାର କ୍ଲବ୍ ୨ ୱିକେଟ ବିନିମୟରେ ୧୦୯ରନ କରି ବିଜୟୀ ହୋଇଥିଲା।