ଭୁବନେଶ୍ୱରରେ ଭସାଣ ପାଇଁ ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର: ଭୁବନେଶ୍ୱରରେ ଭସାଣ ପାଇଁ ଜାରି ହେଲା ଗାଇଡଲାଇନ । ଆସନ୍ତା କାଲି ଅପରାହ୍ନ ୩ଟାରୁ ଭସାଣ ଆରମ୍ଭ ହେବ ଭସାଣ । ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହାନ କଟକଣା ରହିଛି । ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ଯାନବାହାନ ଚଳାଚଳ ମନା । ବାଣୀବିହାରରୁ ସବୁ ଯାନବାହାନ ଆଚାର୍ଯ୍ୟବିହର ଦେଇ ଯିବ ବୋଲି କୁହାଯାଉଛି । ଜନପଥ ରାସ୍ତାରେ ଯାନବାହାନ ମନା ହୋଇଥିବା ବେଳେ ସଚିବାଳୟ ରାସ୍ତା ଦେଇ ଯିବ ବୋଲି କୁହାଯାଉଛି । ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡି ଏକାମ୍ର ପାର୍କ ଦେଇ ଯିବ । ସେହିପରି ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲଲୋ ଛକ ଯିବା ମନା ହୋଇଛି । ସେସବୁ ଗାଡି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବା ନେଇ କୁହାଯାଉଛି । ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭର ବ୍ରିଜରେ ଯିବ । ଏହି ନୟମକୁ ଖିଲାପ କଲେ ୫ଶହରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ସିପି କହିଉନ୍ତି ।