( ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ପଡିଆ ମେଡିକାଲ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବିପିଏମ ଶ୍ରମନ୍ତ ଅତିବୁଦ୍ଧି ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ତେବେ ବିପିଏମ ଅତିବୁଦ୍ଧି ଗାଡିଭଡା ବାବଦରେ ବିଲ କରିବା ପାଇଁ ଲାଞ୍ଚ ନେଉଥିଲେ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ରାକେଶ ଚନ୍ଦ୍ର ଦାସଙ୍କ ବୋଲେରୋ ମେଡିକାଲରେ ଭଡା ଲାଗିଥିଲା । ଗାଡିର ବିଲ କରାଇବାରେ ହଇରାଣ କରିବା ସହ ବିଲ ପାଇଁ ଲାଞ୍ଚ ମାଗିଥିଲେ ବିପିଏମ ଅତିବୁଦ୍ଧି ।
ଏନେଇ ରାକେଶ ଭିଜିଲାନ୍ସକୁ ସୂଚନା ଦେବା ପରେ ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ପଡିଆ ମେଡିକାଲରେ ଚଢାଉ କରି ବିପିଏମ ଅତିୁବୁଦ୍ଧିଙ୍କୁ ଧରିଛନ୍ତି । ତେବେ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ବାବଦରେ ଜାଣିବା ପାଇଁ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି ।