ବ୍ୟବସାୟୀଙ୍କ ଘରୁ ୧୫୦ କୋଟି ଟଙ୍କା ଉଦ୍ଧାର

କାନପୁର: ଉତ୍ତର ପ୍ରଦେଶର ଜଣେ ଅତର ବ୍ୟବସାୟୀଙ୍କ ଘରୁ ନଗଦ ୧୫୦ କୋଟି ଟଙ୍କାରୁ ଅଧିକ ବାହାର କଲେଣି ଜିଏସଟି ଓ ଆୟକର ଅଧିକାରୀ । ପୀୟୂଷ ଜୈନ ନାମକ ବ୍ୟବସାୟୀ କୋଟି କୋଟି ଟଙ୍କାର ଜିଏସଟି ବା ସାମଗ୍ରୀ ଓ ସେବା କର ଫାଙ୍କିଥିବା ଅଭିଯୋଗ ଥିଲା । ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ତାଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ ହୋଇଛି ।
ଶୁକ୍ରବାର ସକାଳ ସୁଦ୍ଧା ତାଙ୍କ ଘରୁ ୧୫୦ କୋଟିରୁ ଅଧିକ ଟଙ୍କା ବାହାରିଛି । ପୀୟୂଷ ଜିଏସଟି ଫାଙ୍କିଚାଲିଥିଲେ । ଏହାକୁ ନେଇ ଜିଏସଟି ଅଫିସର ଦଳ । ଶୁକ୍ରବାର ସକାଳ ସୁଦ୍ଧା ତାଙ୍କ ଘରୁ ୧୫୦ କୋଟି ଟଙ୍କା ମିଳି ସାରିଥିବା ଜଣାପଡିଛି । ଅଫିସର କର୍ମଚାରୀଙ୍କର ଟଙ୍କା ଗଣିବା ସରି ନାହିଁ । ଆଲମାରୀରେ ପାହାଡ ପ୍ରାୟ ଟଙ୍କା ଗଦା ହୋଇଛି । ତେବେ ଚଢାଉ ବେଳେ ଟଙ୍କାର ୨ଟି ଫଟୋ ସାର୍ବଜନୀନ ହେବାରେ ଲାଗିଛି ।