ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ପଣା ସଂକ୍ରାନ୍ତି ଅଫର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ)  ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ପଣା ସଂକ୍ରାନ୍ତି ଅଫର ୧୪ ତାରିଖ ପର୍ୟ୍ୟନ୍ତ ଉପଲବ୍ଧ ହେବ । ଅନ୍‌ ବ୍ରାଣ୍ଡେଡ ଟୁ ବ୍ରାଣ୍ଡେଡ ନାମକ ଏହି ଫେଷ୍ଟିଭାଲ ଅଫରରେ ଗ୍ରାହକ ଆକର୍ଷଣୀୟ ମୂଲ୍ୟରେ ଜାତୀୟ ତଥା ଅନ୍ତର୍ଜାତୀୟ ବ୍ରାଣ୍ଡର ପୋଷାକପତ୍ର ଲାଭ କରିବାକୁ ସକ୍ଷମ ହେବେ। ଏହି ସମୟରେ ଗ୍ରାହକ ପୁରୁଣା ଅଣବ୍ରାଣ୍ଡ କପଡା, ଜୋତା, ଲଗେଜ,ଫ୍ୟାଶନ ପ୍ରଡକ୍ଟ ବଦଳାଇ ରିହାତି ଭାଉଚର ଲାଭ କରିପାରିବେ। ବର୍ତ୍ତମାନର ଅଫର ବାଦ ଏଗୁଡିକ ଅତିରିକ୍ତ ଅଫର ପ୍ରଦାନ କରିବାରେ ସୁବିଧା ଦେବ। ଏକ୍ସଚେଞ୍ଜ ଭାଉଚରଗୁଡିକୁ ବ୍ୟବହାର କରି ଗ୍ରାହକ ଏକ ସ୍ମାର୍ଟ କ୍ରୟ ଅଭିଜ୍ଞତା ଲାଭ କରିପାରିବେ। ଭାଉଚରଗୁଡିକ ଅନ୍ୟୁନ ୧୦୦ ଟଙ୍କାରୁ ସର୍ବୋଚ୍ଚ ୫୦୦ ଟଙ୍କା ମଧ୍ୟରେ ରହିଛି। ଏହାବାଦ ଲୋକପ୍ରିୟ ବ୍ରାଣ୍ଡ ଉପରେ ୫୦% ପର୍ୟ୍ୟନ୍ତ ରିହାତି ଗ୍ରାହକ ପାଇପାରିବେ। ବିିଭିନ୍ନ ଅଫର ସହ ଗ୍ରାହକଙ୍କୁ ଉନ୍ନତ କ୍ରୟ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିବା ବ୍ରାଣ୍ଡ ଫ୍ୟାକ୍ଟ୍ରି ସିଇଓ ସୁରେଶ ସଧଓ୍ବାନୀ ସୂଚନା ଦେଇଛନ୍ତି।