(ନୂଆଦିଲ୍ଲୀ) : କରୋନା ମହାମାରୀର ପ୍ରକୋପରୁ ସାରା ବିଶ୍ୱ ହନ୍ତ ସନ୍ତ ହେଉଥିବା ବେଳେ ଡେଙ୍ଗୁ ଏବେ ବେକାବୁ ହେବାରେ ଲାଗିଛି । ଦୈନିକ ଡେଙ୍ଗୁ ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଡେଙ୍ଗୁର ପ୍ରକୋପ ମାତ୍ରାଧିକରେ ଦେଖିବାକୁ ମିଳିଛି । ଚଳିତବର୍ଷ ରାଜଧାନୀ ଦିଲ୍ଲୀରେ ହଜାରେରୁ ଉର୍ଦ୍ଧ୍ବ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗତ ସପ୍ତାହେରେ ୨୮୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀରେ ଗତ ଦୁଇ ସପ୍ତାହ ମଧ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଲଗାତାର ବଢ଼ୁଛି। ଏଥିଯୋଗୁଁ ଅକ୍ଟୋବର ୧୮ରେ ପ୍ରଥମ ମୃତ୍ୟୁ ମଧ୍ୟ ରେକର୍ଡ ହୋଇଛି। ସୋମବାର ଜାରି ହୋଇଥିବା ସିବିକେ ରିପୋର୍ଟ ଅନୁସାରେ, ଅକ୍ଟୋବର ୨୩ ପର୍ୟ୍ୟନ୍ତ ଜଣଙ୍କର ମୃତ୍ୟୁ ସହ ମୋଟ ୧,୦୦୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।