ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ

(ହିଂଜିଳି କାଟୁ / ରଜନୀକାନ୍ତ ପାତ୍ର) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ସମାଜ ସେବା କାର୍ୟ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌର ପରିଷଦ ସଭାପତି ଭିମସେନ ବେହେରାଙ୍କ ପୌରାହିତ୍ୟରେ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅଥିତି ରୂପେ ଓ ସମ୍ମାନନୀୟ ଅତିଥି ରୂପେ ଜୀବନ ବିନ୍ଦୁ ଜିଲ୍ଲା ସଂଜୋଯକ ସୁବାସ ମହାରଣା ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ । ଶିବିର ରେ ୭୭ଜଣ ସ୍ଵେଛାକୃତ ଭାବେ ରକ୍ତଦାନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ପାଣିଗ୍ରାହୀ, ଆସିକା ଲୋକସଭା ସଦସ୍ୟ ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ପୂର୍ବତନ ବିଧାୟକ ହରିହର ସାହୁ, ପୂର୍ବତନ ନଗରପାଳ ଶିବରାମ ଗୌଡ଼ ,ସରୋଜ କୁମାର ପଣ୍ଡା ,ପୂର୍ବତନ ଉପ ନଗରପାଳ ସୁବାସ ଚନ୍ଦ୍ର ପୋଲାଇ ,ଓକିଲ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ ,ନଗର ଯୁବ ସଭାପତି ସଞ୍ଜୟ କୁମାର ପଣ୍ଡା, ପୂର୍ବତନ କାଉଁସିଲର କିରଣ ପଟ୍ଟନାୟକ ,ଯୁଧିଷ୍ଠିର ସ୍ୱାଇ ଙ୍କ ସମେତ ସରୋଜ କୁମାର ପଣ୍ଡା, ସନ୍ତୋଷ କୁମାର ମହାରଣା, କାହ୍ନୁ ଚୌଧୁରୀ , ବାବାନାଥ ମହାରଣା ,ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ କେଶବ ମହାରଣା , ବିଜୁ ଛାତ୍ର ଜନତା ଦଳ ଗଞ୍ଜାମ ଶେରଗଡ଼ ବ୍ଲକ୍ ସମ୍ପାଦକ ରଜନୀକାନ୍ତ ପଣ୍ଡା, ସମେତ ରାମକୃଷ୍ଣ ମହାରଣା, ପୂର୍ଣ୍ଣି ଗୈାଡ , ଜୀତୁ ସ୍ବାଇଁ , ବିଜୁ ଜନତା ଦଳ ର ସମସ୍ତ କାର୍ୟ୍ୟ କର୍ତ୍ତା ଓ ବ୍ଲଡ଼ ବ୍ୟାଙ୍କର କର୍ମଚାରୀ ମାନେ ଶିବିରରେ ସହଯୋଗ କରିଥିଲେ ।