ବାଡ଼ ଖାଇଲା ଖେତ

( ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : କନ୍ଧମାଳ ଜିଲ୍ଳା ଖଜୁରୀପଡ଼ା ବ୍ଲକ ରଣପାଟୁଳି ଗାଁ ଡାକଘର ଲୋକେ ନିଜର କଷ୍ଟ ଅର୍ଜିତ ଟଙ୍କା ପୋଷ୍ଟ ଅଫିସରେ ଜମା କରିଥିଲେ । ଦୀର୍ଘ ମାସ ଧରି ଏହି ପୋଷ୍ଟ ଅଫିସ ବନ୍ଦ ରହିବା ଓ ପୋଷ୍ଟ ମାଷ୍ଟର ନଆସିବାରୁ ଲୋକଙ୍କ ସନ୍ଦେହ ବଢିଥିଲା । ଗ୍ରାମ ବାସୀ ମାନେ ଖଜୁରୀପଡାରେ ଥିବା ଉପ ଡାକଘରକୁ ଯାଇ ଆକାଉଣ୍ଟ ଚେକ୍ କରିଥିଲେ । ସେଥିରୁ ଜାଣିବାକୁ ପାଇଲେ ପୋଷ୍ଟ ମାଷ୍ଟର ହଜାରେରୁ ଅଧିକ ଜମାକରୀଙ୍କ ଖାତାରୁ ୪୦ଲକ୍ଷ ଟଙ୍କା ହଡପ କରିଛନ୍ତି । ଏହି ଘଟଣା ବିଷୟରେ କନ୍ଧମାଳ ଏସ୍ପିଙ୍କୁ ଜଣାଇବା ପରେ ସୁଫଳ ନମିଳିବାରୁ ଜମାକାରୀ ମୁଖ୍ୟ ଡାକଘରେ ଅଭିଯୋଗ କରିଛନ୍ତି।ସେପଟେ ପୋଷ୍ଟ ମାଷ୍ଟର ନିଜେ ଟଙ୍କା ହଡପ୍ କରିଥିବା ସ୍ୱୀକାର କରିଛନ୍ତି । ପରିବାରରେ ଆର୍ଥିକ ଅଭାବ ଓ ସ୍ୱାସ୍ଥ୍ୟ ଭଲନଥିବାରୁ ଟଙ୍କା ଆତ୍ମସାତ୍ କରିଥିବା ସେ କହିଛନ୍ତି । ଶୀଘ୍ର ଲୋକଙ୍କ ସଞ୍ଚିତ ଟଙ୍କା ଫେରାଇବା ସହ ଦୋଷୀ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ଜମାକାରୀ ।