(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ସଦରମହକୁମା ସ୍ଥିତ ସ୍ଥାନୀୟ ମାଉଁଲୀମା ମନ୍ଦିର ନିକଟରେ ଆଇସିଡିଏସ ତରଫରୁ ପୌରପରିଷଦର ସମସ୍ତ ୱାର୍ଡର ବାଳିକା ମାନକୁ ଏକତ୍ରିତ କିରି ଏକ ଶପଥ ସଭା ଓ ସଚେତନା ରାଲିର ଆୟୋଜନ କରାଯାଇଥିଲା । ଏହି ସଭାରେ ୧୮ ବର୍ଷରୁ କମ ବୟସ ହୋଇଥିବା ବାଳିକାମାନଙ୍କ ବିବାହ ନକରିବା ତଥା କମ ବୟସରେ ବିବାହ କରିବା ଦ୍ୱାରା କଣସବୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ ଏ ବାବଦରେ ଅଙ୍ଗନ ବାଡ଼ି ଦିଦି ମାନେ ବାଳିକାମାନଙ୍କୁ ଟିକି ନିଖି ବୁଝେଇବା ସହ ଆଗାମୀ ଦିନରେ ଏହି ବାବଦରେ ସଚେତନ ରହିବା ଲାଗି ବାଳିକାମାନଙ୍କୁ ଶପଥ ପାଠ ମଧ୍ୟ କରାଇଥିଲେ ।