(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବାଲେଶ୍ୱର କୋଭିଡ୍ ହସ୍ପିଟାଲର ୨ ଜଣ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ୨ ନର୍ସଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ହସ୍ପିଟାଲ୍ର ଅନ୍ୟ କର୍ମଚାରୀମାନେ ପର୍ୟ୍ୟାୟକ୍ରମେ କ୍ୱାରେଣ୍ଟିନ୍ରେ ରହୁଛନ୍ତି । କରୋନା ଆକ୍ରାନ୍ତ ୨ ନର୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ବିଭିନ୍ନ ଦାବି ନେଇ ହସ୍ପିଟାଲର ଫାଟକ ନିକଟରେ ଧାରଣା ଦେଇଛନ୍ତି ୩୫ରୁ ଅଧିକ ନର୍ସ । ହସ୍ପିଟାଲରେ କାର୍ୟ୍ୟରତ ସମସ୍ତ ନର୍ସଙ୍କ ସ୍ୱାବ୍ ଟେଷ୍ଟ କରିବାକୁ ସେମାନେ ଦାବି କରିଛନ୍ତି । ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରିବାକୁ କୌଣସି ନିୟମ ନାହିଁ ବୋଲି କୋଭିଡ୍ ହସ୍ପିଟାଲ୍ ଇନଚାର୍ଜ କହିଛନ୍ତି ।