ବାର୍ଡ ଫ୍ଲୁ ପାଇଁ ସବୁ ଜିଲ୍ଲାକୁ ଜାରି ହେଲା ନିର୍ଦ୍ଦେଶନାମା

0

ଭୁବନେଶ୍ୱର: ଆତଙ୍କ ରଚିଛି ବାର୍ଡ ଫ୍ଲୁ । ଏନେଇ ସବୁ ଜିଲ୍ଲାକୁ ଜାରି ହେଲା ନିର୍ଦ୍ଦେଶନାମା । ଏପରେ ସଂକ୍ରମଣ ରୋକିବାକୁ ଚାଲିଛି କୁକୁଡା ମରା ଅଭିଯାନ । ତେବେ ଏହାରି ଭିତରେ ପିପିଲି ବାର୍ଡ ଫ୍ଲୁର ହଟସ୍ପଟ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏନେଇ ଜିଲ୍ଲା ଗୁଡିକୁ ଆଡଭାଇଜରି ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ପିପିଲିରେ ଅଛନ୍ତି ରାପିଡ ରେସପନ୍ସ ଟୀମ । ବାର୍ଡ ଫ୍ଲୁ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି। ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରି ପୋତିଦେବା ଉଚିତ। ପ୍ରତିଦିନ ପବ୍ଲିକ ହେଲଥ ୟୁନିଟ ଦ୍ବାରା ତଥ୍ୟ ସଂଗ୍ରହ କରାଯାଉଛି। ଜିଲ୍ଲା ୱାରି ଚାଲିଛି ଫିଭର ସର୍ଭେଲାନ୍ସ। ବାର୍ଡ ଫ୍ଲୁ ହେଲେ ପ୍ରଥମେ ଜ୍ବରର ଲକ୍ଷଣ ଦେଖାଯିବ। ବାର୍ଡ ଫ୍ଲୁ କୁକୁଡ଼ା କଣ୍ଟାକ୍ଟରେ ମଣିଷ ଆସିବା ଉଚିତ ନୁହେଁ। ଏବେ କିଛିଦିନ ଚିକେନ ନଖାଇବା ଭଲ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ଏହାରି ଭିତରେ ପିପିଲିରେ ବାର୍ଡ-ଫ୍ଲୁ ଭୟ ଭିତରେ ଓଡ଼ିଶାରୁ କୁକୁଡା ନେବାକୁ ମନା କଲା ପଶ୍ଚିମବଙ୍ଗ । କୁକୁଡ଼ା ଓ କୁକୁଡ଼ା ଜାତ ଦ୍ରବ୍ୟ ଆମଦାନୀ ଉପରେ କଟକଣା ଲଗାଇଛି ପଶ୍ଚିମବଙ୍ଗ ପୋଲ୍ୟୁଟ୍ରି ଫେଡେରେସନ୍ ।