ବାରବାଟୀ ଲଢେଇରେ ଭାରତର ଦମଦାର ବିଜୟ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ବାରବାଟୀରେ ଦମଦାର ବିଜୟ ଲାଭ କଲା ଭାରତ । ଷ୍ଟାଡିୟମ୍ ଭରପୂର ଦର୍ଶକଙ୍କ ସମର୍ଥନ ଓ ଉତ୍ସାହର ଉଚିତ ମୂଲ୍ୟ ଦେଇଛି ବିରାଟ ବାହିନୀ । ଷ୍ଟାଡିୟମ୍ରେ ହେଲା ପଇସା ଅସୁଲ ମ୍ୟାଚ୍ । କଡ଼ା ଟକ୍କର ଭିତରେ ସରିଲା ମ୍ୟାଚ୍ । ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ୱେଷ୍ଟଇଣ୍ଡିଜ । ବାରବାଟୀରେ ଦିନିକିଆ ସହ ସିରିଜ ପୋଛି ନେଇଛି ଭାରତୀୟ ଟିମ୍ । ନିର୍ଣ୍ଣାୟକ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ହରାଇଛି ଭାରତ । ୩ଟିକିଆ ଦିନିକିଆ ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଛି । ଭାରତ ୩୧୬/୬ ରେ ଜିତିଛି ଭାରତ । ବାରବାଟୀରେ ୱେଷ୍ଟଇଣ୍ଡିଜ ସହ ଖେଳିଥିବା ୪ଟି ମ୍ୟାଚ ଜିତି ରେକର୍ଡ଼ ବଜାୟ ରଖିଛି ଭାରତ। ଗୋଟିଏ ବର୍ଷରେ ଓପନର ଭାବେ ସର୍ବାଧିକ ରନ କରି ୨୨ବର୍ଷର ବିଶ୍ୱ ରେକର୍ଡ଼ ଭାଙ୍ଗିଛନ୍ତି ରୋହିତ ଶର୍ମା । ସେହିପରି ବିରାଟ କୋହଲି ବ୍ୟକ୍ତିଗତ ସର୍ବାଧିକ ୮୫ରନ କରିଛନ୍ତି । ଭାରତର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଏହା ହେଉଛି କ୍ରମାଗତ ୧୦ତମ ଦ୍ଵିପାକ୍ଷିକ ଶୃଙ୍ଖଳା ବିଜୟ। ଏହା ବ୍ୟତୀତ ଭାରତ ଶୃଙ୍ଖଳା ବିଜୟ ସହିତ ୨୦୧୯ ବର୍ଷର ଦିନିକିଆ ଅଭିଯାନ ଶେଷ କରିଛି।