ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ମିଳିନି ଫସଲ ବୀମା :ନେଡି ଗୁଡ କହୁନିକୁ ବୋହିଯିବା ପରେ କେନ୍ଦ୍ର ସରକାର ଚେତୁଛନ୍ତି
ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ);- ଫସଲ ବୀମା ରାଶି ନେଇ ଡ଼ଃ. ସସ୍ମିତ ପାତ୍ରଙ୍କ ପ୍ରେସ ମିଟ। ଫସଲ ବୀମା ନେଇ କେନ୍ଦ୍ରର ଚାଲ ଧରା ପଡିଛି।କେନ୍ଦ୍ର ସରକାର ଙ୍କ TAC ବସି ଅର୍ଡର ପାସ କରିଛି। ଏତେ ବର୍ଷ ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି। ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ମିଳିନି ଫସଲ ବୀମା। ନେଡି ଗୁଡ କହୁନି କୁ ବୋହିଯିବା ପରେ କେନ୍ଦ୍ର ସରକାର ଚେତୁଛନ୍ତି। ଇନ୍ସୁରାନ୍ସ କମ୍ପାନୀ କୁ ବୀମା ପ୍ରଦାନ କରିବାକୁ ବୀମା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।ଗତ ଅଗଷ୍ଟ 29 ତାରିଖ ରେ କେନ୍ଦମନ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ଚାଷୀଙ୍କୁ ଫସଲ ବୀମା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।ଫସଲ ବୀମା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ବୀମା କମ୍ପାନୀ ଏହି ରାଶି ଚାଷୀମାନଙ୍କୁ ପ୍ରଦାନ କରେ। ଫସଲ ବୀମା ରାଶି ପ୍ରଦାନ ରେ ରାଜ୍ୟର କୌଣସି ଭୂମିକା ନାହିଁ।