(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଆସନ୍ତା ୧୫ରୁ ଚଳାଚଳ କରିବାକୁ ଥିବା ଟ୍ରେନ୧୮ ବା ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ାକୁ ରେଳବାଇ ହ୍ରାସ କରିଛି। ଏଣିକି ଦିଲ୍ଲୀରୁ ବାରାଣସୀ ପାଇଁ ଚେୟାର କାର୍ରେ ୧୭୬୦ ଟଙ୍କା ଏବଂ ଏକ୍ଜିକ୍ୟୁଟିଭ ଶ୍ରେଣୀ ଲାଗି ୩୩୧୦ ଟଙ୍କା ଭଡ଼ା ଧାର୍ୟ୍ୟ କରାଯାଇଛି। ପୂର୍ବରୁ ଚେୟାର କାର୍ ବାବଦରେ ୧୮୫୦ ଟଙ୍କା ଏବଂ ଏକ୍ଜିକ୍ୟୁଟିଭ ପାଇଁ ୩୫୨୦ ଟଙ୍କା ଭଡ଼ା ନିର୍ଦ୍ଧାରଣ କରାଯାଇଥିଲା। ଏଥିରେ କ୍ୟାଟରି ଚାର୍ଜକୁ ସାମିଲ କରାଯାଇଛି। ଭଡ଼ା ହ୍ରାସ ସତ୍ତ୍ୱେ ଏଣିକି ଚେୟାର କାର୍ ଓ ଏକ୍ଜିକ୍ୟୁଟିଭ ଶ୍ରେଣୀ ଟିକେଟ ମୂଲ୍ୟ ଶତାବ୍ଦୀ ଏକ୍ସପ୍ରେସଠାରୁ ଯଥାକ୍ରମେ ୧.୪% ଓ ୧.୩% ଅଧିକ ରହିବ।