ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମିଳିବ ଜଳଖିଆ,ମଧ୍ୟାହ୍ନ ଭୋଜନ ଓ ପଞ୍ଚ ତାରକା ହୋଟେଲର ରାତ୍ରି ଭୋଜନ

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସେମି-ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଉଦ୍ଘାଟନ କରିବେ। ଦିଲ୍ଳୀରୁ ବାରଣରସି ପର୍ୟ୍ୟନ୍ତ ଯାତ୍ରା କରିବାକୁ ଥିବା ଏହି ଟ୍ରେନ୍ଟି ସମୁଦାୟ ୭୫୫ କିଲୋମିଟର ଯାତ୍ରା ମଧ୍ୟରେ କେବଳ କାନପୁର ଓ ପ୍ରୟାଗରାଜ ଷ୍ଟେସନ୍ରେ ଅଟକିବ। ତେବେ, ଏହି ଟ୍ରେନ୍ରେ ମିଳିବାକୁ ଥିବା ଖାଦ୍ୟର ତାଲିକା ଏବେ ସଭିଙ୍କୁ ଚକିତ କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ‘ଏଣିକି ଯାତ୍ରୀମାନେ ସ୍ୱାଦିଷ୍ଟ ମଫିନ୍, ପେଟିସ୍ ଆଦି ଖାଦ୍ୟ ସକାଳ ଜଳଖିଆରେ ଖାଇବାର ସୁଯୋଗ ପାଇବା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ସେମାନଙ୍କ ସକାଶେ ଆହ୍ଲାବାଦ୍ରେ ନୂଆ କରି ହେବାକୁ ଥିବା ଏକ ରେଷ୍ଟୁରାଣ୍ଟ୍ରୁ ଖାଦ୍ୟ ବରାଦ ହୋଇ ଆସିବ। ଏହାବ୍ୟତୀତ ଯାତ୍ରୀମାନେ ରାତ୍ର ଭୋଜନ ପାଇଁ କାନପୁରର ଏକ ପଞ୍ଚ ତାରକା ହୋଟେଲ୍ରୁ ଖାଦ୍ୟ ଖାଇବାର ସୁଯୋଗ ପାଇବେ।