ଫ୍ଲାଇଂ ସ୍କ୍ୱାଡ ଦ୍ୱାରା ୧୦ ଲକ୍ଷ ଟଙ୍କା ଜବତ

(ମନୋଜ କୁମାର ସାହୁ/ ରାୟଗଡ): ରାୟଗଡ ଉପକଣ୍ଠ କତାପେଟାଠାରେ ନିର୍ବାଚନ ଫ୍ଲାଇଙ୍ଗ ସ୍କା୍ଡ ଟିମର ମୋଟରଗାଡ଼ି ଯାଞ୍ଚ ଚାଲିଥିବାବେଳେ ଦଶ ଲକ୍ଷ ଟଙ୍କା ସହ ଇଣ୍ଡିକା କାର୍ ଜବତ କରାଯାଇଛି । ଘଟଣାରେ ମାଲିକ ସହ ୨ ଜଣଙ୍କୁ ଅଟକ ରଖା ଯାଇଛି । ନିର୍ବାଚନ ଫ୍ଲାଇଂ ସ୍କା୍ଡ ଅଧିକାରୀ ତଥା ରାୟଗଡ ତହସିଲଦାର ଉମାଶଙ୍କର ବେହେରାଙ୍କ ସୂଚନା ଅନୁଯାୟୀ ଯାଞ୍ଚ ସମୟରେ ଜଣେ ବେପାରୀ ଦଶଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ ଧରା ପଡିଛନ୍ତି ।
ବ୍ୟବସାୟୀ ଜଣକ ଅଂଟାମେଡା ଅଂଚଳର କପଚାଷୀଙ୍କୁ ବକେୟା ଟଙ୍କା ଦେବାକୁ ନେଉଥିବା ପ୍ରକାଶ କରିଥିଲେ ମଧ୍ୟ ନିୟମ ଅନୁସାରେ ଚାଷୀଙ୍କ ଏକାଉଣ୍ଟରେ ଜମା ନକରି ଏତେ ଟଙ୍କା କେଉଁ ଉଦ୍ଦେଶ୍ୟରେ ନିଆ ଯାଉଥିଲା ତାହାର ସନ୍ତୋଷଜନକ ଉତ୍ତର ବ୍ୟବସାୟୀ ଦେଇ ପାରିନଥିବାରୁ ଉକ୍ତ ମାମଲାକୁ ରାୟଗଡ ଥାନାକୁ ସ୍ଥାନାନ୍ତର କରାଯାଇଛି।