(ରିପୋଟର୍ସ ଟୁଡେ/ଭୁବନେଶ୍ୱର):ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା । ମୃତ ଯୁବତୀ ହେଲେ ସସ୍ମିତା ରେଡି(୨୫) । ଆତ୍ମହତ୍ୟାର କାରଣ ଜଣାପଡି ନଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ।
ସୁଚନାଯୋଗ୍ୟ ଯେ,ଆଜି ସାମନ୍ତରାପୁର ଜାଭିୟର ସ୍କୁଲ ନିକଟରେ ଜଣେ ଯୁବତୀ ନିଜ ଘରେ ଫ୍ୟାନରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ପୋଲିସ ଯୁବତୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ଆତ୍ମହତ୍ୟାର କାରଣ ସାମ୍ନାକୁ ଆସିଛି । ଯୁବତୀ ଜଣଙ୍କ କିଛି ଦିନ ପୂର୍ବରୁ ଜଣେ ଯୁବକକୁ ଭଲ ପାଇ ଆସୁଥିଲେ । ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚଷା ହୋଇଥିବା ବେଳେ ଆଜି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି ।