ପ୍ରସ୍ତୁତି ମହିଳାଙ୍କୁ ରକ୍ତଦାନ କରି ସାହାଯ୍ୟ କଲେ ସ୍ବେଚ୍ଛାସେବୀ

(ସୋନପୁର / ଓମ ପ୍ରକାଶ ମିଶ୍ର) ; ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମସିଣାପାଲିର ସ୍ୱେଚ୍ଛାସେବୀ କୃଷ୍ଣଚନ୍ଦ୍ର ଭୋଇ ଆଜି ସାଗଜୁରିର ଜଣେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଥିବା ଏକ ପ୍ରସ୍ତୁତି ମହିଳାଙ୍କୁ ରକ୍ତ ଦାନ କରି ସାହାଯ୍ୟ କରିଛନ୍ତି। ସମାଜ ସେବୀ କୃଷ୍ଣଚନ୍ଦ୍ର ଆଗରୁ ରକ୍ତ ଦାନ କରି ଦୁଇ ଜଣଙ୍କ ଜୀବନ ବଞ୍ଚାଇଥିବା ବେଳେ ୫୧ ଥର ରକ୍ତ ଦାନ କରିବାର ତାଙ୍କର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ।