ପ୍ରତାରଣା କରି ଟଙ୍କା ହଡ଼ପ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ବାଲେଶ୍ୱର ଜିଲ୍ଲା ସୋର ଅଂଚଳର ଜଣେ ମହିଳା ଠକାମିର ଶିକାର ହୋଇଛନ୍ତି । ଜଣେ ପେଟ୍ରୋଲ ପମ୍ପ ମାଲିକଙ୍କ ନାଁରେ ଆଜି ମହିଳା ଜଣକ ପ୍ରତାରଣା କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି । ଦୁଇ ବର୍ଷ ଧରି ମହିଳାଙ୍କ ସହ ପେଟ୍ରୋଲ ପମ୍ପ ମାଲିକ ଜଣକ ପ୍ରେମ ସମ୍ପର୍କ ରଖିଥିଲେ । ପେଟ୍ରୋଲ ପମ୍ପ ମାଲିକ ମହିଳାଙ୍କୁ ଧିରେ ଧିରେ ନିଜ ଜାଲରେ ଫସାଇ ୧୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ସୋର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।