ପୁଲିସଙ୍କ ଗାଡି ଧକ୍କାରେ ଯୁବତୀ ମୃତ

(ପଞାବ) : ଦ୍ରୁତ ଗତିରେ ଗାଡି ଚଲାଇବା ଏକ ଅପରାଧ । ଆଉ ନିୟମକୁ ଭାଙ୍ଗିଲେ ପୁଲିସ ସଜା ଦିଏ , ଥରେ ଛିନ୍ତା କରନ୍ତୁ ତ ଯଦି ଏହି ପୁଲିସ ନିଜେ ନିୟମକୁ ଭାଙ୍ଗେ ? ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଜାଳନ୍ଧର ଫଗୱାଡ଼ା ରାଜପଥରେ ଧନୋୱାଲି ନିକଟରେ । ସୋମବାର ସକାଳେ ଏକ ଦ୍ରୁତ ଗତିରେ ଆସୁଥିବା କାର ଦୁଇଜଣ ଯୁବତୀଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତେବେ ମୃତ ଯୁବତୀ ଜଣକ ହେଲେ ନବଜୋତ କୌର । ସେ ଧନ୍ନୋୱାଲିର ବାସିନ୍ଦା । ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କ କହିବା କଥା ଅନୁଯାୟୀ ନବଜୋତ ଏବଂ ତାଙ୍କ ସାଙ୍ଗଙ୍କ ସହ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତ ଗତିରେ ଆସୁଥିବା କାରଟି ସେମାନଙ୍କୁ ଧକ୍କା ଦେଇଥିଲା ଯାହା ଫଳରେ ନବଜୋତଙ୍କ ମୃତ୍ୟୁ ଘଟିଛି । ଦ୍ରୁତ ଗତିରେ ଗାଡି ଚଲାଉଥିବା ବ୍ୟକ୍ତି ଜଣକ ଜଣେ ସବ୍-ଇନ୍ସପେକ୍ଟର । ଗାଡିଟି ଧକ୍କା ଦେବା ପରେ ସେଠାରୁ ଖସି ପଳାଇଥିଲେ ପୁଲିସ ବାବୁ ଜଣକ । ଯାହା ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା । ସିସିଟିଭ ଫୁଟେଜକୁ ଆଧାର କରି ଘଟଣାରେ ଅଭିଯୁକ୍ତ ଇନ୍ସପେକ୍ଟରଙ୍କୁ ଗିରଫ କରାଯାଇଛି।