ପୁଣି ଇତିହାସ ରଚିଲେ ନବୀନ: ୬,୧୩୧ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ନିଯୁକ୍ତିରେ ନୂଆ ଇତିହାସ ରଚିଲା ଓଡିଶା । ୬ହଜାର୧୩୧ ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏକାସଙ୍ଗେ ମିଳିଲା ନିଯୁକ୍ତି । ନବନିଯୁକ୍ତ ଶିକ୍ଷକ ମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୧ହଜାର ୪ଶହ ଶିକ୍ଷକଙ୍କୁ ନିଯୁକ୍ତି ଯୋଜନା ଥିବା ବେଳେ , ସଂରକ୍ଷିତ ବର୍ଗରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ବଳକା ୪ହଜାର୪ଶହ ପଦବୀ ସପ୍ତାହକ ମଧ୍ୟରେ ପୂରଣ ହେବ ।୫ଟି ଉପକ୍ରମରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଓ ଡିଜିଟାଲ ଟେକ୍ନୋଲୋଜିରେ ପାଠପଢା ପାଇଁ କରାଯାଉଛି ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାର ଉନ୍ନତ ଭିତ୍ତିଭୂମି ସହ ଉନ୍ନତମାନର ଶିକ୍ଷା ପାଇଁ ନିଯୁକ୍ତି କରାଯାଉଛି ନୂଆ ଶିକ୍ଷକ ମାନଙ୍କୁ ।