ନୀତିଶ ଓ ତେଜସ୍ୱୀଙ୍କୁ ଭେଟିଲେ କେ. ଚନ୍ଦ୍ରଶେଖର ରାଓ

0

ପାଟନା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି। ତେବେ ଏହି ଭେଟ ପଛରେ ୨୦୨୪ ସାଧାରଣ ନିର୍ବାଚନ ଲାଗି ହୋଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ୨୦୨୪ରେ ନୀତିଶଙ୍କ ଭୂମିକ କଣ ହେବ ସେନେଇ ପରସ୍ପର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ରାଜ୍ୟର ବିକାଶରେ ଦେଶର ବିକାଶ ସମ୍ଭବ ବୋଲି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି। ତେଣୁ ଆମେମାନେ ନିଜ ନିଜର ରାଜ୍ୟର ବିକାଶ କରିବୁ ଯାହା ଫଳରେ ଦେଶର ବିକାଶ ସମ୍ଭବ ହୋଇପାରିବ। ବିହାର ଦେଶର ଏକ ପଛୁଆ ରାଜ୍ୟ ଭାବେ ପରିଗଣିତ। ତେଣୁ ବିହାରକୁ ସ୍ୱତନ୍ତ୍ର ସହାୟତା ଲାଗି କେନ୍ଦ୍ର ସରକାର କୌଣସି ଅନୁଦାନ ଦେଉ ନଥିବାରୁ ତେଜସ୍ୱୀ କ୍ଷୋଭ ପ୍ରକାଶ କରିଛନ୍ତି। ସେପଟେ ଶ୍ରୀ ରାଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ରାବ୍ରି ଦେବୀଙ୍କୁ ଭେଟ କରିବା ନେଇ କାର୍ଯ୍ୟକ୍ରମ ରହିଛି। ତେବେ ୨୦୨୪ରେ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ଓ ନୀତିଶ କୁମାରଙ୍କ ମଧ୍ୟରେ କଡା ମୁକାବିଲା ହେବ ବୋଲି ଆରଜେଡି ପ୍ରବକ୍ତା ଶକ୍ତି ସିଂ ଯାଦବ କହିଛନ୍ତି।