ନିଖିଳ ଓଡ଼ିଶା ଆଇନଜୀବୀ ସମ୍ମିଳନୀ ଉଦଯାପିତ

nikhila odisa adovcate meeting closer

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ସତ୍ୟଭାମାପୁର ଠାରେ ଆଜି ନିଖିଳ ଓଡିଶା ଆଇନଜୀବୀ ସମ୍ମିଳନୀର ଉଦଯାପନ କରାଯାଇଛି। ଏହି ସଭାରେ ବିଧାନ ସଭାର ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଯୋଗୋଦେଇ ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅଲ୍ ଓଡିଶା ଲୟର ଆସୋସିଏସନର ସଭାପତି ଗୋପାଳ କୃଷ୍ଣ ମହାନ୍ତି ଯୋଗୋଦେଇ କାର୍ୟ୍ୟକର୍ମ ସର୍ବୋଚ୍ଚ ଭାବେ ସଫଳ ହୋଇଥିବା ସଙ୍ଗେ ସଙ୍ଗେ ସରକାରଙ୍କ ଠାରେ ପାଞ୍ଚ ଦଫା ଦାବି ଉପସ୍ଥାପନା କରାଯିବ ବୋଲି ସୁଚନା ଦେଇଥିଲେ। ଏଥିସହ ବିଭିନ୍ନ ସ୍ଥାନରେ ଯେଉଁ କୋର୍ଟ ସ୍ଥାପନା କରାଯାଇଛି ସେଠାରେ ବାର ଆସୋସିଏସନ୍ ପାଇଁ ମୌଳିକ ଭିତ୍ତିଭୂମି ରଖାଯିବାକୁ ଦାବି ରଖିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳଙ୍କ ସମେତ ହାଇକୋର୍ଟ ବାର ଆସୋସିଏସନ୍ ସମସ୍ତ କର୍ମକର୍ତ୍ତାଙ୍କ ସହ ଓଡ଼ିଶାର ବିଭିନ୍ନ କୋର୍ଟର ଆଇନଜୀବୀ ମାନେ ଯୋଗଦେଇ ଥିଲେ।