ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅଞ୍ଚଳରେ ବାର ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୫ ବର୍ଷର ବୁଦ୍ଧକୁ ଗିରଫ କରିଛି ପୋଲିସ। ଖବର ଅନୁଯାୟୀ ନାବାଳିକା ଜଣକ ଛେଳି ଚରାଇବାକୁ ଜଙ୍ଗଲକୁ ଯିବା ସମୟରେ ବୁଦ୍ଧ ଜଣକ ବାରମ୍ବାର ଦୁଷ୍କର୍ମ କରିଥିଲେ। ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲା। ପରେ ପରିବାର ଲୋକେ ଗର୍ଭବତୀ ହେବା ଜାଣିପାରିବା ପରେ ଏ ନେଇ ବାଦାମପାହାଡ ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବାଦାମପାହାଡ ପୋଲିସ ବୁଦ୍ଧକୁ ପୋଲିସ ଗିରଫ କରିଛି।