ନାଚ ଓ ଗୀତରେ ଦୁଲୁକୁଛି ଭୈରବୀ ମହୋତ୍ସବ

ବୌଦ୍ଧ: ନାଚ ଓ ଗୀତରେ ଦୁଲୁକୁଛି ଭୈରବୀ ମହୋତ୍ସବ । ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନଙ୍କ ନାଚ-ଗୀତରେ ଦୁଲୁକୁଛି ମାଁ ଭୈରବୀ ମହୋତ୍ସବ ମଞ୍ଚ । ସନ୍ଧ୍ୟା ହୋଇଗଲେ ମହୋତ୍ସବ ପଡିଆରେ ମିନବଜାର ଠୁ ଆରମ୍ଭ କରି ପଲ୍ଲିଶ୍ରୀ ମେଳା, ଖାଦ୍ୟ ବଜାର ଓ ବିଭିନ୍ନ ଘର କରଣା ଷ୍ଟଲ ଗୁଡିକରେ ଲାଗୁଚି ଲୋକଙ୍କ ପ୍ରବଳ ଭିଡ଼ । ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ନାମରେ ନାମିତ ଭୈରବୀ ମହୋତ୍ସବ । ପୁରୁଣା କଟକ ମିନିଷ୍ଟାଡିୟମରେ ଗତ 18 ତାରିଖରୁ ଆରମ୍ଭ ହୋଇଥିବା ଏହି ପଞ୍ଚମ ରାଜ୍ୟ ସ୍ତରୀୟ ମହୋତ୍ସବ, ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏମିତି ଚାଲିବ । ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ତାକୁ  କଡାକଡି କରାଯଉଛି ।