ଭୁବନେଶ୍ୱର: ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ଦଳରୁ ଆଜି କିଛି କର୍ମକର୍ତ୍ତାଙ୍କଠାରୁ ସେମାନଙ୍କ ପଦବୀ ଛଡାଇ ନିଆଯାଇଛି । ଏହି ନେତାମାନେ ହେଲେ ବିନୋଦ ରାଉତ, ପୂର୍ବତନ ଜିଲ୍ଲା ସଂଗଠକ ରାଉରକେଲା ଓ ଜୟଦେବ ପରିଡା, ପୂର୍ବତନ ଜିଲ୍ଲା ସଂଗଠକ କେନ୍ଦ୍ରାପଡା । ଏବେ ସେମ।।ନେ କଂଗ୍ରେସର କୌଣସି ପଦ ପଦବୀରେ ନାହାନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟଙ୍କୁ ଆଗାମୀ ୨୬ ତାରିଖ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ସଦଭାବନା ରାଲିରୁ ଦୂରେଇ ରଖାଯାଇଛି ବୋଲି ରାଜ୍ୟ କଂଗ୍ରେସ ସେବାଦଳ ମୁଖ୍ୟ ସଂଗଠକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ବିଜ୍ଞପ୍ତିରେ ଜଣାଇଛନ୍ତି ।