ତାୱା କଲିଜା

(ଅନୁସ୍ୱୟା)ରିପୋର୍ଟସ ଟୁଡ଼େ: ଚିକେନର କଲିଜା କିଛି ଲୋକଙ୍କୁ ଭଲ ଲାଗିଥାଏ,କିଛି ଭଲ ଲାଗିନଥାଏ । କିନ୍ତୁ ଆଜି ଆମେ ଚିକେନ କଲିଜାକୁ ଏକ ଭିନ୍ନ ଉପାୟରେ ପ୍ରସ୍ତୁତ କରିବା ଶିଖାଇବା । ଯାହାର ନାମ ତାୱା କଲିଜା । ଯାହା ଛୋଟରୁ ବଡ଼ ସମସ୍ତଙ୍କୁ ଭଲ ଲାଗିବ ।
ଆବଶ୍ୟକ ସାମଗ୍ରୀ: ଚିକେନ୍ କଲିଜା, ଲୁଣ, ଗରମ ମସଲା, ଅଦା-ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଚାଉଳ ଚୂନା ଓ ତେଲ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍ କଲିଜାକୁ ଭଲ ଭାବେ ଧୋଇ ରଖନ୍ତୁ। ତା’ପରେ ଏକ ପାତ୍ରରେ କଲିଜା, ଲୁଣ, ଗରମ ମସଲା, ଅଦା-ରସୁଣ ପେଷ୍ଟ୍, ହଳଦୀ ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏକ ତାୱାରେ ତେଲ ଗରମ କରି ମସଲା ଗୋଳା କଲିଜାକୁ ଚାଉଳ ଚୂନାରେ ଗୋଳାଇ ସେକନ୍ତୁ। କଲିଜା ଗୁଡ଼ିକର ଦୁଇପଟ ଭଲ ଭାବେ ସେକି ହୋଇ ଲାଲ୍ ହୋଇଗଲେ ତାହାକୁ ଏକ ପ୍ଲେଟ୍କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ତାୱା କଲିଜା ’ ।