ତାଲା ଭାଙ୍ଗି ବାତ୍ୟା ଆଶ୍ରୟସ୍ଥଳିରୁ ଲୁଟ

(ଅଜିତ ସାହୁ /ଜଳେଶ୍ୱର): ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ । ତାଲା ଭାଙ୍ଗି ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳିରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଆସବାସ ପତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ସିଂଲା ଥାନା ପାଉଁଶକୁଲି ଅଞ୍ଚଳରେ। ପାଉଁଶକୁଲି ରାଧାନାଥ ହାଇସ୍କୁଲ ପରିସରରେ ଥିବା ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରୁ କେହି ଦୁର୍ବୁତ୍ତ ଗ୍ରୀଲ ଓ କବାଟର ତାଲା ଭାଙ୍ଗି ଜେନେରେଟର, ପଙ୍ଖା,ଟର୍ଚ୍ଚ ଏମରର୍ଜେନଶି ଲାଇଟ ଭଳି ଅତି ଆବଶ୍ୟକ ଆସବାସ ପତ୍ର ଲୁଟି ନେଇଛନ୍ତି। ଲୁଟ ହୋଇଥିବା ଆସବାପତ୍ର ପତ୍ରର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷରୁ ଅଧିକ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ସମ୍ଭାବ୍ୟ ଲଘୁଚାପକୁ ଲକ୍ଷ କରି ପରିସ୍ଥିତିର ମୁକାବିଲା ପାଇଁ ପରିଚାଳନା କମିଟି ପରିଷ୍କାର ପରିଛନ୍ନ କରିବାକୁ ଆସି ଘଟଣା ସମ୍ପର୍କରେ ଜାଣି ବାକୁ ପାଇଥିଲେ।ଏନେଇ ପାଉଁଶକୁଲି ସରପଞ୍ଚ ତଥା ବନ୍ୟବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି ରାଧା କୃଷ୍ଣ ସେଠି ସିଂଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଠାରେ ସୂଚନା ଥାଉକି ନିକଟ ଅତୀତର କରୋନା ମୁକାବିଲା ପାଇଁ ଉକ୍ତ ବନ୍ୟାବାତ୍ୟା ଆଶ୍ରୟସ୍ଥଳିକୁ କ୍ୱରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରାଯାଇଥିଲା। କେବଳ ସେତିକି ନୁହଁ ଅମ୍ଫାନ, ଫାଇଲିନ, ହୁଡହୁଡ,ବୁଲବୁଲ ଭଳି ଘୁର୍ଣ୍ଣିବାତ୍ୟା ବେଳେ ଅଞ୍ଚଳଵାସୀଙ୍କୁ ଆଶ୍ରୟ ଦେବା ସହିତ ସୁରକ୍ଷା ଦେଇଥିଲା। ତୁରନ୍ତ ଦୁର୍ବୁତ୍ତ ମାନଙ୍କୁ ଧରି ଆଖି ଦୃଶିଆ କାର୍ୟ୍ୟାନୁଷ୍ଠାନ ପାଇଁ ସମ୍ପାଦକ ଅଜୟ କୁମାର ସାହୁ, ଗିରିଜା ଶଙ୍କର ମହାନ୍ତି, ବୃନ୍ଦାବନ ପଣ୍ଡା ପ୍ରମୁଖ ଦାବି କରିଛନ୍ତି।