ତାତିଲେ ଧାମରା ଅଞ୍ଚଳର ସ୍ଥାନୀୟ ବାସିନ୍ଦା 

ଭଦ୍ରକ : ପାଣ୍ଡିଆନ ଆସିଲେ ହେଲେ ଆମକୁ ପାଖକୁ ପୁରାଇ ଦେଲେ ନାହିଁ । ଏଭଳି କିଛି ଅଭିଯୋଗ ଆଣିଛନ୍ତି ଧାମରା ଅଞ୍ଚଳର ବାସିନ୍ଧା । ସୂଚନା ଅନୁସାରେ, ଗତ ୨୩ ତାରିଖରେ ଭଦ୍ରକ ଜିଲ୍ଲାର ଧାମରା ଗସ୍ତ କରିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଧାମରା ବନ୍ଦର ଏବଂ ଭଦ୍ରକ ଜିଲ୍ଲାର ଆରଡି ଧାମର ବାବା ଆଖଣ୍ଡଳମଣି ପୀଠ ପରିଦର୍ଶନ କରିଥିଲେ । ତେବେ ଏ ହେଉଛି ସେହି ସମୟର ଘଟଣା । ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଦେଖା କରିବାକୁ ଚାହୁଁଥିଲେ କିଛି ଅଞ୍ଚଳ ବାସୀ ତେବେ ସେଠାରେ ତାଙ୍କୁ ଭେଟ କରାଇ ଦିଆଯାଇ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଲୋକେ । ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ବ୍ୟକ୍ତି ୫ଟି ସଚିବଙ୍କୁ କେବଳ ଦେଖିବାକୁ ଚାହୁଁଥିଲେ ହେଲେ ତୁମର ଏଠି କିଛି କାମ ନାହିଁ କହି ଚାଲିଯିବାକୁ କହିଥିଲେ ।