(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଶନିବାର ଦିନ ଦିଲ୍ଲୀ ପୁଲିସ ହାତରେ ଜଣେ ନାଇଜେରୀୟ ଡ୍ରଗ୍ସ ବ୍ୟାପାରୀ ଧରାପଡିଛି । ଅଭିଯ ୁକ୍ତଠାରୁ ପୁଲିସ ୫ ଗ୍ରାମର ଉତ୍ତମ ମାନର କୋକିନ ଓ ସ୍କୁଟି ଜବତ କରିଛି । ଅଭିଯୁକ୍ତର ନାମ ଚୁକ୍ୱୁମା ଖ୍ରୀଷ୍ଟିଆନ (୨୧), ନାଇଜେରିଆର ଓଣ୍ଟସି ।
ଶୁକ୍ରବାର ସଂଧ୍ୟାରେ ପୁଲିସ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା, ଦକ୍ଷିଣ ଦିଲ୍ଲୀରେ କିଛି ନାଇଜେରୀୟ ବ୍ୟକ୍ତି ଡ୍ରଗ୍ସ କାରବାର ଚଳାଇଛନ୍ତି ।ଏହା ପରେ ପୁଲିସ ଦକ୍ଷିଣ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସେମାନଙ୍କ ଖବର ଦାତା ଓ ପୁଲିସ ଟିମକୁ ନିୟୋଜିତ କରିଥିଲେ ବିଦେଶୀଙ୍କ ଉପରେ ଦୃଷ୍ଟି ରଖିବାକୁ । ଏହା ପରେ ଉକ୍ତ ନିଶା କାରବାର ଦଳ ଡ୍ରଗ୍ସ କାରବାର କରୁଥିବା ବେଳେ ପୁଲିସ ଖ୍ରୀଷ୍ଟିଆନକୁ ଗିରଫ କରିଛି । ଏହାକୁ ନେଇ ମେହରୁଲି ଥାନାରେ ଏକ ମାମଲା ଦାୟର କରାଯାଇଛି ।