କେନ୍ଦୁଝର (ରିପୋର୍ଟର୍ସ ଟୁଡେ) : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ଶିଶୁମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟ ଘଟିଛି । ବାଇକ ଆରୋହୀ ଜଣକ ବାରିପଦା ବୁଢାମରା ର ବେଣୁଧର ଗୋଛାୟତ ବୋଲି ଜଣାପଡ଼ିଛି । ବେଣୁଧର ଗୋଛାୟତ ଓଡିଶା ଆଗ୍ରୋ ଇଣ୍ଡୋଷ୍ଟ୍ରିଆଲ କୋଅପରେସନ ରେ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଥିଲେ । ଆଜି ସକାଳୁ ସେ ବାଇକ୍ ଯୋଗେ ଯାଇଥିବା ବେଳେ ଖିରେଇଟାଙ୍ଗିରୀ ନିକଟରେ ତାଙ୍କ ବାଇକ୍ କୁ ଏକ ଅଜଣା ଟ୍ରକ ଧକ୍କା ଦେଇ ତାଙ୍କ ଗୋଡ଼ ଉପରେ ଟ୍ରକ ଚଢି ଯାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଫେରାର ଟ୍ରକକୁ ଧରିବା ପାଇଁ ଛାନଭିନ୍ ଜାରି ରଖି ତଦନ୍ତ ଆରମ୍ଭ କରିଛି।