ସୁବର୍ଣ୍ଣପୁର / ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ହାବିଲଦାର କନେଷ୍ଟବଳ ଶାଖା ସଂଘ ନିର୍ବାଚନ ଶେଷ ହୋଇଛି। ପ୍ରତି ଦୁଇବର୍ଷରେ ଅନୁଷ୍ଠିତ ଏହି ନିର୍ବାଚନରେ କୁମୁଦ ରଞ୍ଜନ ମେହେର ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଦିନେଶ ମିଶ୍ରଙ୍କୁ ୬୧ ଖଣ୍ଡ ଭୋଟରେ ପରାସ୍ତ କରି ସଭାପତି ଭାବେ ବିଜୟୀ ହୋଇଛନ୍ତି । ସେହିପରି ସୁଧାଂଶୁ ଶେଖର ମେଣ୍ଡଲି ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଦୀପ ସାହୁଙ୍କୁ ୯୪ ଖଣ୍ଡ ଭୋଟରେ ପରାସ୍ତ କରି ସମ୍ପାଦକ ଭାବରେ ବିଜୟୀହୋଇଛନ୍ତି।ଏହା ସହିତ ଉପସଭାପତି ପଦରେ ରଞ୍ଜିତ ପ୍ରଧାନ ଆକାଶ ସାହୁଙ୍କୁ ପରାସ୍ତ କରି ବିଜୟୀ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବରେ ସୁଶାନ୍ତ ମିଶ୍ର ଯୁଗ ସମ୍ପାଦକ ସୁରେଶନ ଡୁଙ୍ଗଡୁଙ୍ଗ ଓ ବିଦ୍ୟାଧର ଧରୁଆ ବିଜୟୀ ହୋଇଛନ୍ତି। କାର୍ୟ୍ୟକାରୀ କମିଟି ସଦସ୍ୟ ଭାବରେ ଅଜ୍ଞାନ ମହାକୁର, ଅଇବନ ପ୍ରଧାନ, ଦୁର୍ୟ୍ୟୋଧନ କଲସିଆ, ନାରାୟଣ ଭୋଇ, ଯଦୁନାଥ ଦଣ୍ଡିଆ ବିଜୟୀ ହୋଇଛନ୍ତି। ଏହି ନବ ନିର୍ବାଚିତ କର୍ମକର୍ତ୍ତାମାନେ ଆସନ୍ତା ଦୁଇ ବର୍ଷ ପାଇଁ ନିଜ ପଦବୀରେ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଭୋଟ ଗ୍ରହଣ ପ୍ରକ୍ରିୟାକୁ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଜଗତ ଜୀବନ ପଟେଲ, ଡିଏସପି ହେମସାଗର ଭୋଇ ଓ ଆରକ୍ଷୀ ନିରୀକ୍ଷକ ଅମରେନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ ।