ବ୍ରହ୍ମଗିରି: ଚିତ୍ତ ମୃତ୍ୟୁ ମାମଲାରେ ଚିତ୍ତଙ୍କ ପତ୍ନୀ କହିଛନ୍ତି କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛି । କ୍ରାଇମ ତଦନ୍ତ ଉପରେ ମୋର ଭରସା ଅଛି । ଆଜି ଏଭଳି କିଛି କହିଛନ୍ତି ଚିତ୍ତରଞ୍ଜନଙ୍କ ପତ୍ନୀ ସୁଭଦ୍ରା ପଲେଇ। ସେ ଆହୁରି କହିଛନ୍ତି ସେ ଜଗା ସହ ଥିଲେ । ତେବେ ଜଗା ଏକା କେବେ ଏହି କାମ କରିପାରିବନାହିଁ । ତା ସହ ଅନ୍ୟ କେହି ସମ୍ପୃକ୍ତ ଥିବା ସେ କହିଛନ୍ତି । ତେଣୁ ଜଗା ସହ କିଏ ଏହି ହତ୍ୟା କଲା ତାର ତଦନ୍ତ କରି ଦୋଷୀକୁ ଚିହ୍ନଟ କରାଯାଉ ।
ସୁଭଦ୍ରା ଆହୁରି କହିଛନ୍ତି, ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ମୋତେ ପଚରାଉଚରା କରିଥିଲା। ଚିତ୍ତରଂଜନ ତୁମକୁ କେତେ ବର୍ଷ ହେବ ଭଲ ପାଇଥଲେ? ଭଲ ପାଇବା ସମୟରେ ଚିତ୍ତରଂଜନ ତୁମକୁ କ’ଣ ଦେଇଥିଲେ, ଏମିତି କିଛି ପ୍ରଶ୍ନ ସେମାନେ ପଚାରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରି ଘଟଣାର ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଥିବା ବେଳେ ବିଜେପି ଏହାର ସିବିଆଇ ତଦନ୍ତ ଦାବି କରିଛି। ଅନ୍ୟପକ୍ଷରେ ସୁଭଦ୍ର କହିଛନ୍ତି ଏହି ଘଟଣାକୁ ନେଇ ରାଜନୀତି କରା ନ ଯାଉ ।
ଆଜି ପୁରୀ ମାଟିଆପଡ଼ା ସ୍ଥିତ ଜଗା ଘରକୁ ଯାଇ କ୍ରାଇମବ୍ରାଞ୍ଚ ଖୋଲତାଡ଼ କରିଛି । ସେଠାରେ ଭୋଜି ହୋଇଥିଲା। ଜଗାର ସାହି ପଡ଼ୋଶୀ ଲୋକଙ୍କ ସହ ଆଲୋଚନା କରିଛି କ୍ରାଇମ୍ବ୍ରାଞ୍ଚ।