ଅଜିତ କୁମାର ସାହୁ/ ଜଳେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ତନଖି ଫାଟକ ନିକଟରେ ରେ ଜଳେଶ୍ୱର ବନ ବିଭାଗ ଚଢ଼ାଉ। ଚଢ଼ାଉ ବେଳେ, ଚୋରା କେନ୍ଦୁକାଠ ବୋଝେଇ ପିକପ ଜବତ। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ। ଉକ୍ତ ମାମଲାର ବନ ବିଭାଗ ପିକପ ଡ୍ରାଇଭର ଓ ହେଲପର କୁ ଗିରଫ କରି କୋର୍ଟ ଚାଲାଣ କରି, ଅଧିକ ତଦନ୍ତ ଜାରି ରଖିଛି।