(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ସେଥିମଧ୍ୟରୁ ରାଜଧାନୀ ଭୁବନେଶ୍ୱରରୁ କେବଳ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତକାଲି ୪ଜଣ ବ୍ୟକ୍ତି ଏକାସାଙ୍ଗରେ ପଜେଟିଭ ବାହାରିବା ପରେ ରାଜଧାନୀବାସୀ ଭୟବିତ ଅବସ୍ଥାରେ ରହିଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ୬୦ନମ୍ବର କୋରୋନା ଆକ୍ରାନ୍ତ ବ୍ୟକ୍ତି ଝାରପଡା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଉକ୍ତ ବ୍ୟକ୍ତି ଜଣଙ୍କ ରସୁଲଗଡ, କେଶୁରା ଓ ପଳାଶୁଣି ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛନ୍ତି । କାରଣ ତାଙ୍କର ପଜେଟିଭ ରିପୋର୍ଟ ଆସିବା ପୂର୍ବରୁ ସେ ରସୁଲଗଡ ହାଟ(କୋଚିଳଖାଇ ହାଟ) ଓ ପଳାଶୁଣି ଅଞ୍ଚଳ ବୁଲିଥିବା କହିଛନ୍ତି । ତେବେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ କେତେ ଜଣ ଲୋକଙ୍କ ସସ୍ପର୍ଶରେ ଆସି ତାହା ଠିକ ଭାବେ କହିପାରୁ ନ ଥିବାରୁ ଅଞ୍ଚଳବାସୀ ଛାନିଆ ଅବସ୍ଥାରେ ରହିଛନ୍ତି ।
ସୁଚନାଯୋଗ୍ୟ ଯେ,ଏହି ୫୦ବର୍ଷିୟ ବ୍ୟକ୍ତି ଜଣଙ୍କ ନିଳାଦ୍ରୀ ନଗର ଅଞ୍ଚଳର ହୋଇଥିବା ବେଳେ ସେ ୪୨ନମ୍ବର କୋରୋନା ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସିଥିଲେ । ମାର୍ଚ୍ଚ ୨୨ତାରିଖରୁ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ସେ ସାଧାରଣ ଲୋକଙ୍କ ଭଳି ବୁଲା ବୁଲି କରିବା ସହ ବଜାରରୁ ପରିବା, ସଉଦା ମଧ୍ୟ କିରିଛନ୍ତି । ଆଉ ଦୋକାନୀ ହାତକୁ ଟଙ୍କା ଦେବା ସହ ଟଙ୍କା ମଧ୍ୟ ନେଇଛନ୍ତି । ତେବେ ସବୁଠୁ ବଡ କଥା ହେଉଛି କୋରୋନା ଭୁତାଣୁ ଆକ୍ରାନ୍ତଙ୍କ ଶରୀରରୁ ଅନ୍ୟ ସ୍ଥାନକୁ ବା ଅନ୍ୟ ଏକ ସୁସ୍ଥ ଶରୀରକୁ ସହଜରେ ଯାଇପାରୁଛି । ତେବେ ଏହି ୬୦ନମ୍ବର ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସିଥିବା ଅଞ୍ଚଳ ଓ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଧେଶ ଅନୁସାରେ ବିଏମସି ପକ୍ଷରୁ ଏହି ସବୁ ସ୍ଥାନ ଗୁଡିକରେ ବିଶୋଧନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ।